Categories: ଜାତୀୟ

୨୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଶିବକୁମାର

ନୂଆଦିଲ୍ଲୀ,୧୫।୧୦: ବଢିଲା କଂଗ୍ରେସ ନେତା ଡିକେ. ଶିବକୁମାରଙ୍କ ବିଚାର ବିଭାଗୀୟ ହାଜତ ମିଆଦି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ। ମଙ୍ଗଳବାର ଦିଲ୍ଲୀର ସିବିଆଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଯାଞ୍ଚ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ତାଙ୍କର ଏହି ହାଜତ ମିଆଦି ବୃଦ୍ଧି କରାଯାଇଛି। ଅଦାଲତ ତିହାର ଜେଲ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍‌ର ନିୟମ ଅନୁଯାୟୀ, ଏହି ସମୟ ମଧ୍ୟରେ ଶିବକୁମାରଙ୍କୁ ଏକ ଚୌକି ଓ ଟିଭି ଯୋଗାଇ ଦେବାକୁ।

Share