Categories: ଜାତୀୟ

୨୫ ପ୍ରତିଶତ କାର୍ଯ୍ୟ କରୁଛି ଲାଲୁ ପ୍ରସାଦ ଯାଦବଙ୍କ କିଡ୍‌ନୀ

ରାଞ୍ଚି, ୧୨।୧୨- ଜେଲ ଦଣ୍ଡାଦେଶ ଭୋଗୁଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ବସ୍ଥ୍ୟବସ୍ଥା ଧିରେ ଧିରେ ଖରାପ ଆଡ଼କୁ ଗତି କରୁଛି। ମାତ୍ର ୨୫ ପ୍ରତିଶତ କାର୍ଯ୍ୟ କରୁଛି ତାଙ୍କ କିଡ୍‌ନୀ। ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଆରଆଇଏମ୍‌ଏସ୍‌)ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଲିଖିତ ଅପଡେଟ୍‌ ଦେଇଛନ୍ତି ଡ. ଉମେଶ ପ୍ରସାଦ।

ଲାଲୁଙ୍କ କିଡ୍‌ନୀ ୨୫ ପ୍ରତିଶତ କାର୍ଯ୍ୟ କରୁଛି। ଯେ କୌଣସି ସମୟରେ ପରିସ୍ଥିତି ଜଟିଳ ହୋଇପାରେ। କିଡ୍‌ନୀ କେତେବେଳେ କାର୍ଯ୍ୟ କରିବା ବନ୍ଦ କରିଦେବ ତାହାର ସଠିକ୍‌ ଆକଳନ କରିହେବ ନାହିଁ। ସେ ୨୦ ବର୍ଷ ହେଲା ଡାଇବେଟିସ ରୋଗରେ ପୀଡ଼ିତ। ଏହି ରୋଗ ଯୋଗୁ ତାଙ୍କ ଅଙ୍ଗ ଧିରେ ଧିରେ ଖରାପ ହେବାରେ ଲାଗିଛି। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ଉଦବେଗ ଜନକ ରହିଛି। ଆରଆଇଏମ୍‌ଏସ୍‌ର ଉଚ୍ଚ କର୍ତ୍ତୁପକ୍ଷ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଲିଖିତ ଭାବେ ସୂଚନା ଦେଇଛନ୍ତି ଯେ, ଯେ କୌଣସି ସମୟରେ ଜରୁରୀକାଳୀନ ପରିସ୍ଥିତି ଉପୁଜିପାରେ ବୋଲି ଡ. ପ୍ରସାଦ କହିଛନ୍ତି।

Share