୨୫ ଫୁଟ ଚେକ୍‌ଡ୍ୟାମ୍‌ ତଳକୁ ଖସିଲା କମାଣ୍ଡର

ଟିଟିଲାଗଡ଼,୫।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ନିକଟସ୍ଥ ୨୫ ଫୁଟର ଚେକ୍‌ଡ୍ୟାମ୍‌ ତଳକୁ ଏକ କମାଣ୍ଡର ଗାଡ଼ି ରବିବାର ଖସି ଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଡ୍ରାଇଭରଙ୍କ ବ୍ୟତୀତ ଗାଡିରେ କେହି ନ ଥିବା ବେଳେ ସେ ପହଁରି କୂଳକୁ ଆସିଥିଲେ। ପରେ ଖବରପାଇ ଅଗ୍ନିଶମ କର୍ମଚାରୀଙ୍କ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ପାଣିରୁ କାଢ଼ିଛନ୍ତି।

Share