୨୫ ବର୍ଷ ପରେ ପରଦାରେ ଏକାଠି କାମ କରିବେ ଦୁଇ ସୁପରଷ୍ଟାର

୧୯୯୪ରେ ହୋଇଥିବା ଫିଲ୍ମ ‘ଅନ୍ଦାଜ ଅପ୍‌ନା- ଅପ୍‌ନା’ର ସ୍ବିକେଲ୍‌ ନିର୍ମାଣ ହେବ ବୋଲି ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ପ୍ରଥମେ କୁହାଯାଉଥିଲା ରଣବୀର କପୁର, ବରୁଣ ଧାଓ୍ବନ ଏହି ଫିଲ୍ମରେ ନଜର ଆସିବେ। ମାତ୍ର ଏହି କମେଡି ଫିଲ୍ମର ସ୍ବିକେଲ ପାଇଁ ଅମୀର ଏବଂ ସଲମାନ ପରଫେକ୍ଟ ବୋଲି ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭାବନ୍ତି। ଯଦି ଏହା ସତ ହୁଏ ତେବେ ୨୫ ବର୍ଷ ପରେ ପରଦାରେ ଏକାଠି କାମ କରିବାକୁ ଯାଉଛନ୍ତି ବଲିଉଡ୍‌ର ଏହି ସୁପରଷ୍ଟାର ଯୋଡ଼ି। କିନ୍ତୁ ଏହି ଦୁଇଜଣ ସବଠୁ ଦାମୀ ଷ୍ଟାର। ତେଣୁ କୌଣସି ବ୍ୟାନରରେ ନେବା ତାଙ୍କୁ ଅସମ୍ଭବ ହୋଇପଡୁଛି। ତଥାପି ଶୁଣିବାକୁ ମିଳୁଛି ଏହି ଯୋଡ଼ି ‘ଅନ୍ଦାଜ ଅପ୍‌ନା-ଅପ୍‌ନା ଟୁ’ରେ ନଜର ଆସିବେ। ସଲମାନ୍‌ ଏବଂ ଅମୀର ଏଥିପାଇଁ ସବୁଜ ସଂକେତ ମଧ୍ୟ ଦେଇସାରିଲେଣି। ଏହି ଫିଲ୍ମର କାହାଣୀ ୬୦ରୁ ୭୦ ପ୍ରତିଶତ ଲେଖା ସରିଛି। ୫୦ ବର୍ଷ ଡେଇଁ ସାରିଥିବା ହିରୋଙ୍କ ସହ କମ୍‌ ବୟସର ହିରୋଇନ୍‌ ଖୋଜା ଚାଲିଛି। ଖୁବ୍‌ଶିଘ୍ର ଏହାର ଷ୍ଟାର୍‌ ଚୟନ କରାଯିବ।

Share