୨୫ ବର୍ଷ ସୁରକ୍ଷା ଯୋଗାଇବା ପରେ ନିଜ ବଡିଗାର୍ଡଙ୍କୁ ଏମିତି କହିଲେ ସଲମାନ ଖାନ୍‌

ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ସବୁଠାରୁ ବିଶ୍ବସ୍ତ ବଡିଗାର୍ଡ ହେଉଛନ୍ତି ଶେରା। ବଲିଉଡ୍‌ ସେଲିବ୍ରିଟିଙ୍କ ପରି ସେ ଲୋକପ୍ରିୟ। ଶେରା ସଲମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଇତିମଧ୍ୟରେ ୨୫ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସଲମାନଙ୍କ ଶେରଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି ୨୫ ବର୍ଷ ହୋଇଗଲେ ମଧ୍ୟ ଏବେ ବି ସେଇ ମଜଭୁତପଣ ରହିଛି। ଉଭୟ ଶେରା ଏବଂ ସଲମାନଙ୍କ ଟି-ଶର୍ଟ ମଧ୍ୟ ‘ବି ଷ୍ଟ୍ରଙ୍ଗ୍‌’ ଲେଖାଯାଇଛି। ସଲ୍ଲୁଙ୍କ ପରେ ଶେରା ମଧ୍ୟ ନିଜ ମାଲିକଙ୍କୁ ଧନ୍ୟବାଦ ଦେବାକୁ ପଛାଇନାହନ୍ତି। ସେ କହିଛନ୍ତି, ମାଲିକ ସଲମାନ ଖାନ୍‌, ମରିବା ପର୍ଯ୍ୟନ୍ତ ଏଭଳି ମଜଭୁତପଣ ବଜାୟ ରହିବ। ନିକଟରେ ଶେରା ରାଜନୀତି ମୈଦାନକୁ ଓହ୍ଲାଇ ଶିବସେନାରେ ଯୋଗ ଦେଇଥିଲେ। ଗତ ୨୫ ବର୍ଷ ଧରି ସଲମାନଙ୍କ ବଡିଗାର୍ଡ ରହିଥିବା ଶେରାଙ୍କ ମାସିକ ଦରମା ୧୫ ଲକ୍ଷ ଟଙ୍କା। ଅନ୍ୟପଟେ ଶେରାଙ୍କ ପୁଅ ଟାଇଗର ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Share