୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଭାଜପା ଉପସଭାପତି ଗୋଲକ ମହାପାତ୍ର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସଜନ ଶର୍ମା, ଭାଜପା ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟର ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା ଏବଂ ନିର୍ଦ୍ଦେଶକ ପାୟଲ ଆଚାର୍ଯ୍ୟଙ୍କ ସହ ଏମ୍‌ଏସ୍‌ଏମ୍‌ଇର ନିର୍ଦ୍ଦେଶକ ପି. କେ .ମିଶ୍ର ଯୋଗଦେଇଥିଲେ। ଏହି ମଲ୍ଟି ସେକ୍ଟର ବିଟୁବି ଏବଂ ବିଟୁସି ପ୍ରଦର୍ଶନୀରେ ୨୫ଟି ରାଜ୍ୟ ଏବଂ ୧୩ଟି ଦେଶରୁ ବ୍ୟବସାୟୀ ଓ ପ୍ରଦର୍ଶନକାରୀ ଯୋଗ ଦେଇଛନ୍ତି। ରିଏଲ ଇଷ୍ଟେଟ, ଷ୍ଟାର୍ଟ ଅପ୍‌ କମ୍ପାନୀ, ଉତ୍ପାଦକ, ବିକାଶକାରୀ, ବ୍ୟାଙ୍କ, ନିର୍ମାଣ ସାମଗ୍ରୀ, ହାର୍ଡୱେର୍‌, ଆସବାବପତ୍ର, ଆଭ୍ୟନ୍ତରୀଣ, ଶିକ୍ଷା, ଘର ସାଜସଜ୍ଜା ଉତ୍ପାଦମାନ ପାଇପାରିବେ। ଥାଇ ଫୁଲ, ଆଫଗାନିସ୍ତାନ ଡ୍ରାଏ ଫ୍ରୁଟସ୍‌, ପାକିସ୍ତାନୀ ଡ୍ରେସ୍‌, ରାଜସ୍ଥାନୀ ମାର୍ବଲ, ଇରାନୀ ପର୍ସିଆନ କାର୍ପେଟ, ତୁର୍କୀ ମିଠା, କଶ୍ମୀରୀ ଫର୍ନିଚର, ଇରାନୀ ଗହଣା, ମାଲେସିଆର ପାଉଣ୍ଟେନ୍‌ ଏବଂ ବାଂଲାଦେଶୀ ହ୍ୟାଣ୍ଡଲୁମ ସହ ଭାରତୀୟ ହସ୍ତତନ୍ତ ଭଳି ଉତ୍ପାଦମାନ ଏହି ମେଳାରେ ଅଛି । ଫୁଡ୍‌ ଜୋନ୍‌ରେ ଗ୍ରାହକ ସୁସ୍ବାଦୁ ଖାଦ୍ୟ ମଜା ପାଇପାରିବେ। ୫୦ହଜାରରୁ ଅଧିକ ପରିଦର୍ଶକ ଏହି ୧୧ ଦିନିଆ ଇଭେଣ୍ଟର ଭରପୂର ଲାଭ ଉଠାଇବା ସହ ଅନେକ କ୍ଷେତ୍ରରୁ ଗୁଣାତ୍ମକ ଉତ୍ପାଦମାନ ଏହି ପ୍ରଦର୍ଶନୀରେ ସୁଲଭ ମୂଲ୍ୟରେ ପାଇପାରିବ ବୋଲି କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri