୨୫ ଲକ୍ଷ ଲଟେରୀ ଉଠିଥିବା କହି ଠକିନେଲେ ୩ ଲକ୍ଷ, ଚାଷୀଙ୍କ ଆତ୍ମହତ୍ୟା ନିଷ୍ପତ୍ତି

ଜୟପୁର,୨୨।୯(ନି.ପ୍ର.): କୋରାପୁଟ ଜିଲା ଜୟପୁର ବ୍ଲକ ମାଳିଗୁଡ଼ାରେ ଲଟେରୀ ପ୍ରଲୋଭନ ଦେଖାଇ ଜଣେ ନିରୀହ ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମାଳିଗୁଡାର ଭୀମସେନ ଗୌଡ଼ଙ୍କୁ ଗତ ଅଗଷ୍ଟ ୩୧ ତାରିଖରେ ୨୫ ଲକ୍ଷ ଟଙ୍କା ଲଟେରୀ ଉଠିଥିବା ନେଇ କଲ୍‌ ଆସିଥିଲା। ଏହି ଟଙ୍କା ପାଇବା ପାଇଁ ଟ୍ୟାକ୍ସ ମନିଅର୍ଡର ଓଡ଼ିଶା ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦସ୍ତଖତ ପାଇଁ ପର୍ଯ୍ୟାୟ କ୍ରମେ ୩ ଲକ୍ଷ ୧୫ ହଜାର ଟଙ୍କା ବ୍ୟାଙ୍କ ଜରିଆରେ ଡିପୋଜିଟ୍‌ କରିଚାଲିଲେ ଭୀମସେନ। କିନ୍ତୁ ସେ ଜାଣି ନ ଥିଲେ ସେ ଠକେଇର ଶିକାର ହେବାକୁ ଯାଉଛନ୍ତି।

ବର୍ତ୍ତମାନ କଲ ଆସିଛି ପୁଣି ୭୦ ହଜା ଟଙ୍କା ଡିପୋଜିଟ୍‌ ନ କଲେ ୨୫ ଲକ୍ଷ ଟଙ୍କା ବୁଡ଼ିଯିବ। ଏବେ ଭୀମସେନ ମର୍ମାହତ ହୋଇଥିବା ବେଳେ ସ୍ତ୍ରୀଙ୍କର ସୁନା ବିକି ଏବଂ ଧାର କରଜ କରି ୩ ଲକ୍ଷ ଟଙ୍କା ଉକ୍ତ ବ୍ୟକ୍ତିଙ୍କୁ ପଇଠ କରିଥିଲେ। ବ୍ୟକ୍ତି ଜଣକ ନିଜକୁ ରାଣାପ୍ରତାପ ସିଂ। ସେ ମୁମ୍ବାଇର ଏକ ବ୍ୟାଙ୍କ ଶାଖା ପରିଚାଳକ ପରିଚୟ ଦେଇଥିବା ବେଳେ ଏବେ ଭୀମସେନ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି।

Share