୨୫ ସୁଧା ନାମ ପଞ୍ଜୀକରଣ ନ କଲେ ପିଏମ୍‌ କିଷାନ ଯୋଜନାରୁ ବଞ୍ଚତ୍ତ ହେବେ ଚାଷୀ

ରସୁଲପୁର,୨୦ା୯(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ୨୮ପଞ୍ଚାୟତରେ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଚାଷୀ ପରିବାର ରାଜ୍ୟ ସରକାରଙ୍କ କାଳିଆ ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଉପକୃତ ହେଉଛନ୍ତି ା ଏହି କ୍ରମରେ ସମଗ୍ର ବ୍ଲକ ଅଞ୍ଚଳରୁ ୧୭,୭୭୫ଚାଷୀ ପରିବାରକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଜରିଆରେ ଆର୍ଥତ୍କ ସହାୟତା ମିଳୁଛି ା ସେଥିମଧ୍ୟରୁ ୭,୮୭୭ କୃଷକ ପରିବାରଙ୍କ ପ୍ରମାଣପତ୍ର କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ ହୋଇନାହିଁ ା ଏହି ପରିବାରଗୁଡିକ ଚଳିତ ମାସ ୨୫ତାରିଖ ସୁଧା ଅନ୍‌ଲାଇନରେ ନାମ ପଞ୍ଜୀକରଣ କରିବା ସହ ସେମାନଙ୍କ ପ୍ରମାଣପତ୍ରକୁ ଅପଡେଶନ କରିବାକୁ ହେବ ା ତା’ନ ହେଲେ ସଂପୃକ୍ତ ପରିବାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପରବର୍ତ୍ତି ସହାୟତାରୁ ବଞ୍ଚତ୍ତ ହେବେ ବୋଲି ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି ା
ଉକ୍ତ କାର୍ଯ୍ୟକୁ ପଞ୍ଚାୟତସ୍ତରରେ ତ୍ୱରାନ୍ବିତ କରିବା ସହ ଅପଡେଶନରୁ ବଞ୍ଚତ୍ତ ଥିବା ଚାଷୀମାନଙ୍କ ପାଖରେ ଏହି ସୂଚନା ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି ା ଏ ଦିଗରେ ପଞ୍ଚାୟତର ଜନପ୍ରତିନିଧି, ଗ୍ରାମ କୃଷି କର୍ମଚାରୀ, କୃଷକ ସାଥୀମାନେ ଚାଷୀମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି ା ଚାଷୀମାନେ ଘରେ ବସି ଅନ୍‌ଲାଇନରେ କୃଷକ ଓଡିଶା ପୋର୍ଟାଲ ସାଇଟ୍‌କୁ ଯାଇ ସେମାନଙ୍କ ପ୍ରମାଣପତ୍ର ଅପ୍‌ଲୋଡ କରିବା ସହ ଅପ୍‌ଡେଟ୍‌ କରିପାରିବେ ା ଏହା ବ୍ୟତୀତ ଏହି କାର୍ଯ୍ୟ ପ୍ରତ୍ୟେକ ଜନସେବା କେନ୍ଦ୍ର, ମୋସେବା କେନ୍ଦ୍ର, ଜନସୁବିଧା କେନ୍ଦ୍ର ଆଦି ସ୍ଥାନରେ କରାଯାଇ ପାରିବ ା ଏହାଛଡା ଯେଉଁ ଚାଷୀମାନେ ଚାହିଁବେ କୃଷି କାର୍ଯ୍ୟାଳୟକୁ ନିଜର ପ୍ରମାଣପତ୍ର ଧରି ଆସିଲେ ସେମାନଙ୍କ ନାମକୁ ପଞ୍ଜୀକରଣ କରିବାର ସୁବିଧା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି ା
ଚାଷୀ ପରିବାରକୁ ବିଭିନ୍ନ ସହାୟତା ମିଳିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ କେୱାଇସି(ନୋ ୟୋର କଷ୍ଟମର), ଗୋ-ସୁଗମ ଆପ୍‌, କୃଷକ ଓଡିଶା ପୋର୍ଟାଲ ଭଳି ନାନା ୱେବ ସାଇଟ୍‌ରେ ନାମ ପଞ୍ଜୀକରଣ କରିବା ପାଇଁ ପରାମର୍ଶ ଦିଆଯାଉଛି ା ତେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ କେୱାସି ଫର୍ମ ଦାଖଲ କରିବା ପାଇଁ ଚଳିତବର୍ଷ ୩୧ ଅକ୍ଟୋବରକୁ ସମୟସୀମା ଧାର୍ଯ୍ୟ କରାଯାଇଛି ା ଏହି କାର୍ଯ୍ୟ ଜାରି ରହିଥିବା ବେଳେ କୃଷକ ଓଡିଶା ପୋର୍ଟାଲରେ ଜମିଜମା ସମ୍ପର୍କିତ ତଥ୍ୟ ବହୁ ଚାଷୀ ପରିବାରରେ ଉପଲବ୍ଧ ନ ଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚାଇ ଦିଆଯାଇଛି ା ଏହି ହିସାବରେ ରସୁଲପୁର ବ୍ଲକରୁ ୭,୮୭୭ଚାଷୀ ପରିବାରଙ୍କ ପ୍ରମାଣପତ୍ର ସମ୍ପର୍କିତ ସୂଚନା କୃଷକ ଓଡ଼ିଶା ପୋର୍ଟାଲରେ ଉପଲବ୍ଧ ନାହିଁ ବୋଲି ଜଣାପଡିଛି ା ଉକ୍ତ କୃଷକ ପରିବାରଗୁଡିକ ଆଧାର, ବ୍ୟାଙ୍କ ଜମାଖାତା, ଜମିପଟ୍ଟା, ପାସପୋର୍ଟ ଫଟୋ ନେଇ କୃଷକ ଓଡିଶା ପୋର୍ଟଲାରେ ନାମ ପଞ୍ଜୀକରଣ କରିବାକୁ ହେବ ା ଅପଡେଶନ ନ କଲେ ସମ୍ପୃକ୍ତ ପରିବାର କେୱାସି ଫର୍ମ ଦାଖଲ କରିପାରିବେ ନାହିଁ ା ଏଥିରେ ବ୍ୟତିକ୍ରମ ଘଟିଲେ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ସହାୟତାରୁ ବଞ୍ଚତ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri