Advertisement

୨୫ ହଜାର ପିପିଇ ଦାନ କଲେ ଶାହରୁଖ

ମୁମ୍ବାଇ,୧୫।୪: କରୋନା ମୁକାବିଲା ପାଇଁ ଅଭିନେତା ଶାହରୁଖ ଖାନ୍‌ ମହାରାଷ୍ଟ୍ର ମେଡିକାଲ କର୍ମଚାରୀଙ୍କ ଲାଗି ୨୫ ହଜାର ପିପିଇ (ପର୍ସନାଲ ପ୍ରୋଟେକ୍ସିଭ ଇକ୍ୱିପ୍‌ମେଣ୍ଟ) କିଟ୍‌ ଦାନ କରିଛନ୍ତି। ଏନେଇ ମହାରାଷ୍ଟ୍ରର ଜନସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ରାଜେଶ୍‌ ଟୋପେ ସୂଚନା ଦେଇଛନ୍ତି। ଶାହରୁଖଙ୍କୁ ଧନ୍ୟବାଦ ଦେଇ ଏଭଳି ବଦାନ୍ୟତା କରୋନା ଲଢ଼େଇ କ୍ଷେତ୍ରରେ ଦହଯୋଗ ଆଣିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଶାହରୁଖ ମଧ୍ୟ ମାଇକ୍ରୋବ୍ଲଗିଂ ସାଇଟରେ ସମସ୍ତଙ୍କ ଶୁଭକାମନା କରିଛନ୍ତି। ପୂର୍ବରୁ ଶାହରୁଖଙ୍କ ଏନ୍‌ଜିଓ ‘ମୀର୍‌ ଫାଉଣ୍ଡେଶନ’ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଲାଗି ୫୦ ହଜାର ପିପିଇ ଦାନ କରିବ ବୋଲି ଘୋଷଣା କରିଥିଲା। ଶାହରୁଖ ଓ ତାଙ୍କ ସ୍ତ୍ରୀ ଗୌରୀ ଖାନ୍‌ ତାଙ୍କ ୪ ମହଲା ଅଫିସ ବିଲ୍ଡିଂକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ରଦାନ କରିଛନ୍ତି। କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କୁ ସାହାଯ୍ୟ ଲାଗି ଶାହରୁଖଙ୍କ ଅନ୍ୟ କମ୍ପାନୀ ‘ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ’, ‘କୋଲକାତା ନାଇଟ୍‌ ରାଇଡର୍ସ’, ରେଡ୍‌ ଚିଲିଜ୍‌ ଭିଏଫ୍‌ଏକ୍ସ’ର ସହଯୋଗ ଲେକାଡ଼ିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share