Categories: ଜାତୀୟ

୨୫ ହଜାର ହୋମ୍‌ଗାର୍ଡଙ୍କୁ ଛଟେଇ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ୨୫ ହଜାର ହୋମ୍‌ ଗାର୍ଡ଼ଙ୍କୁ ଛଟେଇ କରିଛନ୍ତି। ରାଜ୍ୟର ବଜେଟରେ ସମନ୍ବୟ ରକ୍ଷା କରିବା ପାଇଁ ଏଭଳି କରାଯାଇଥିବା ସରକାର କହିଛନ୍ତି। ଏନେଇ ଏଡିଜି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛଟେଇ ନେଇ ହୋମ୍‌ଗାର୍ଡଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ରୋଜଗାର ହରାଇ ସେମାନେ କିଭଳି ନିଜ ପରିବାରର ଭରଣ ପୋଷଣ କରିବେ ସେନେଇ ଅଭିଯୋଗ କରିଛନ୍ତି।

Share