Categories: ବାଣିଜ୍ୟ

୨୬୧୩ କୋଟି ନିବେଶ କଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୩୦-୧୨: ଦେଶର ପୁଞ୍ଜି ବଜାରରେ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର୍ସ(ଏଫ୍‌ପିଆଇ) ମାନେ ଡିସେମ୍ବରରେ ୨୬୧୩ କୋଟି ଟଙ୍କାର ନିବେଶ କରିଛନ୍ତି। କର୍ପୋରେଟଗୁଡିକର ଲାଭ ଆଶା ଭଳି ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ନିବେଶକମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଷ୍ଟକ ବଜାର ଡିପୋଜିଟୋରୀ ଡାଟା ମୁତାବକ ପୁଞ୍ଜି ବଜାରରେ ବିଦେଶୀ ନିବେଶକମାନେ ୬,୩୦୧.୯୬ କୋଟି ଟଙ୍କାର ନେଟ ନିବେଶ କରିଛନ୍ତି। ସେହିଭଳି ଡେଟ୍‌ ସେଗମେଣ୍ଟରେ ଏମାନେ ୩,୬୮୮ କୋଟି ଟଙ୍କା କାଢି ନେଇଛନ୍ତି। ଏହାକୁ ବିଚାର କଲେ ମୋଟ ନେଟ ନିବେଶ ୩୬୧୩ କୋଟି ଟଙ୍କା ରହିଛି। ଦେଶରେ ମାନ୍ଦାବସ୍ଥା ଲାଗି ରହିବା ସତ୍ୱେ ବିଦେଶୀ ନିବେଶକମାନେ ପୁଞ୍ଜି ବଜାର ଉପରେ ଭରଷା ଦେଖାଉଥିବା ଜଣାପଡିଛି। ଜାନୁୟାରୀ,ଜୁଲାଇ ଏବଂ ଅଗଷ୍ଟକୁ ବାଦଦେଲେ ଏଫପିଆଇ ଶେୟାର ବଜାରରେ ନିବେଶ ଜାରି ରଖିଛନ୍ତି। ଏହି ସମୟରେ ବିଦେଶୀ ନିବେଶକମାନେ ଇକ୍ୱିଟି ଏବଂ ଡେଟ୍‌ ସେଗମେଣ୍ଟରେ ମୋଟ ୭୩,୨୭୬ କୋଟି ଟଙ୍କା ନିବେଶ କରିଛନ୍ତି।

Share