୨୬୧ କୋଚରେ ଆଇସୋଲେଶନ ୱାର୍ଡ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୪।୪: କରୋନା ବିରୋଧୀ ଲଢେଇରେ ପୂର୍ବତଟ ରେଳପଥ ଏହାର ଯୋଗଦାନ ରଖିଛି। ମୋଟ ୨୬୧ କୋଚ୍ ମଧ୍ୟରୁ ରେଳପଥ ପକ୍ଷରୁ ଭୁବନେଶ୍ୱର କୋଚିଂ ଡିପୋରେ ୪୬ କୋଚକୁ ଆଇସୋଲେଶନ ୱାର୍ଡରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଏହା ମାସ୍କ ଏବଂ ସାନିଟାଇଜର ମଧ୍ୟ ପ୍ରସ୍ତୁତ କରୁଥିବା ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ୪୩୦ ଲିଟରରୁ ଅଧିକ ସାନିଟାଇଜର ଏବଂ ୨୪,୩୧୪ରୁ ଅଧିକ ମାସ୍କ ଏହା ପ୍ରସ୍ତୁତ କରିଥିବା କହିଛି।

Share