ଧରାକୋଟ,୧୧ା୪(ଡି.ଏନ.ଏ.)- ଧରାକୋଟ ଥାନା ଜଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମରେ ଧରାକୋଟ ପୋଲିସ ଓ ଆସିକା ପୋଲିସ ମିଳିତ ଭାବେ ଚଢ଼ାଉ କରି ୮ ହଜାର ଲିଟର ଦେଶୀ ମଦ ପୋଚ ନଷ୍ଟ କରିଛି। ଶନିବାର ଭୋରରୁ ଚମ୍ପାପଲ୍ଲୀ ଆଖପାଖ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଧରାକୋଟ ଥାନାଧିକାରୀ ସହଦେବ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଚଢାଉ କରିଥିଲେ। ମଦ ପ୍ରସ୍ତୁତକାରୀ ଚମ୍ପଟ ମାରିଥିବା ଥାନାଧିକାରୀଙ୍କ ଠାରୁ ପ୍ରକାଶ। ୨୬୧ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୫୮, ୫୯, ୬୦, ୬୧, ୬୨, ୬୩/୨୦୨୦ ପ୍ରକାରେ ୬ଟି ମାମଲା ଧରାକୋଟ ଥାନାରେ ରୁଜୁ କରାଯାଇଛି।