Categories: ରାଜ୍ୟ

୨୬ ଘଣ୍ଟାରେ ୧୬୦ ମଦ୍ୟପ ଡ୍ରାଇଭର ଗିରଫ

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ): ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବାର ଗୋଟିଏ ଦିନ ପୂର୍ବରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୨୬ ଘଣ୍ଟା ଭିତରେ ମୋଟ୍‌ ୧୬୦ ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲାରେ ସବୁଠୁ ଅଧିକ ୨୭ଜଣ ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି। ଏହାସହ କଟକ ଜିଲାର ବାଙ୍କୀ ଜାତମୁଣ୍ଡିଆ ଛକରେ ଜଣେ ମଦ୍ୟପ ଡ୍ରାଇଭରଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ରବିବାରଠାରୁ ଯାଞ୍ଚକୁ ଅଧିକ କଡାକଡି କରାଯିବ। ବିଶେଷ କରି ମଦ ପିଇ ଗାଡି ଚଲାଉଥିଲେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ମହାନ୍ତି କହିଛନ୍ତି।

Share