Categories: ଜାତୀୟ

୨୬ ଜାନୁୟାରୀରୁ ସ୍କୁଲରେ ପ୍ରତିଦିନ ପାଠ କରାଯିବ ସମ୍ବିଧାନ ପ୍ରସ୍ତାବନା

ମୁମ୍ବାଇ,୨୨।୧: ମହାରାଷ୍ଟ୍ରରେ ଜାନୁୟାରୀ ୨୬ଠାରୁ ସମସ୍ତ ସ୍କୁଲରେ ପ୍ରତିଦିନ ସମ୍ବିଧାନ ପ୍ରସ୍ତାବନା ପାଠ କରାଯିବ। ପ୍ରତିଦିନ ପ୍ରାର୍ଥନା କ୍ଲାସ୍‌ ପରେ ଏହି ପାଠ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ବର୍ଷା ଗାଏକଓ୍ବାଡ୍‌ ସୂଚନା ଦେଇଛନ୍ତି। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ସମ୍ବିଧାନର ମହତ୍ତ୍ୱ ବିଷୟରେ ଜାଣିପାରିବେ ବୋଲି ସେ କହିଛନ୍ତି। ‘ସମ୍ବିଧାନର ସାର୍ବଭୌମତ୍ୱ,ସମସ୍ତଙ୍କ ମଙ୍ଗଳ’ ଅଭିଯାନର ଏହା ଏକ ଅଂଶ। ଏହା ପୁରୁଣା ପ୍ରସ୍ତାବ ହୋଇଥିଲେ ମଧ୍ୟ ଏହାକୁ ଜାନୁୟାରୀ ୨୬ଠାରୁ କଡାକଡି ଲାଗୁ କରାଯିବ ବୋଲି ଗାଏକଓ୍ବାଡ କହିଛନ୍ତି।

Share