Advertisement

୨୬ ବର୍ଷ ସାନ ଯୁବତୀଙ୍କୁ ଚତୁର୍ଥ ବିବାହ କରିଥିଲେ କବିର

ମୁମ୍ବାଇ: ବଲିଉଡ୍‌ରେ ନିଜର ଦମ୍‌ଦାର୍‌ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା କବିର ବେଦୀ ରୋମାନ୍ସକୁ ନେଇ ମଧ୍ୟ ରହୁଥିଲେ ବେଶ୍‌ ଚର୍ଚ୍ଚାରେ। କେବଳ ସେତିକି ନୁହେଁ ୭୦ ବର୍ଷ ବୟସରେ ସେ ତାଙ୍କଠାରୁ ୨୬ ବର୍ଷ ସାନ ଯୁବତୀଙ୍କୁ ଚତୁର୍ଥ ବିବାହ କରି ମଧ୍ୟ ଆସିଥିଲେ ଚର୍ଚ୍ଚାକୁ। ୭୩ଟି ଫଗୁଣ ଅତିକ୍ରମ କରିଥିବା କବିର ଆଜିବି ନିଜକୁ ଯୁବକ ବୋଲି କୁହନ୍ତି। କବିରଙ୍କ ଜନ୍ମ ୧୬ ଜାନୁୟାରୀ ୧୯୪୬ରେ ହୋଇଥିଲା। ୭୦ ବର୍ଷ ବୟସରେ ସେ ଯେତେବେଳେ ୪୧ ବର୍ଷୀୟା ପରବିନ ଦୁସାଜଙ୍କୁ ବିବାହ କରିଥିଲେ ସେତେବେଳେ ଗୁଲସନ ଗ୍ରୋଭର ତାଙ୍କୁ ଆହୁରି ୧୦ ବିବାହ କରିବାକୁ ଶୁଭକାମନା ଦେଇଥିବା କୁହାଯାଏ। ଫିଲ୍ମ ଅପେକ୍ଷା କବିର ନିଜ ପର୍ସନାଲ ଲାଇଫକୁ ନେଇ ରୁହନ୍ତି ଅଧିକ ଚର୍ଚ୍ଚାରେ। ପରବିନ ବାବିଙ୍କ ସହ ତାଙ୍କ ଆଫେୟାର୍ସ ଥିବା ବେଳେ ଖୁବ୍‌ କମ୍‌ ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇ ଯାଇଥିବା କୁହାଯାଏ। ଏମିତି ଭାବେ କବିର ୩ଥର ବିବାହ କରିଥିଲେ ହେଲେ ଏହାବି ବେଶିଦିନ ତିଷ୍ଠି ପାରି ନ ଥିଲା। ୧୯୬୯ରେ କବିର ପ୍ରଥମ ବିବାହ କରିଥିଲେ ବୋଲି କୁହାଯାଏ। ଆଉ ତାଙ୍କ ପ୍ରଥମ ପତ୍ନୀଙ୍କର ସନ୍ତାନ ହେଉଛନ୍ତି ପୂଜା ବେଦୀ ଓ ସିଦ୍ଧାର୍ଥ। ଯେତେବେଳେ ପୂଜା ବିବାହ କରି ମା’ ହୋଇ ସାରିଥିଲେ ଏହାପରେ କବିର ତାଙ୍କ ୭୦ତମ ଜନ୍ମ ଦିନର ତାଙ୍କଠାରୁ ୨୬ ବର୍ଷ ସାନ ଯୁବତୀଙ୍କୁ ବିବାହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel