୨୬ ସେକେଣ୍ଡର ଛୋଟ ଭିଡ଼ିଓ ପ୍ରିୟା ପ୍ରକାଶଙ୍କୁ କରିଥିଲା ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ଗୁରୁବାର ୨୦ ବର୍ଷରେ ଥାପିଲେ ପାଦ

ମୁମ୍ବାଇ,୧୨।୯: ଏକ ୨୬ ସେକେଣ୍ଡର ଛୋଟ ଭିଡ଼ିଓ ପ୍ରିୟା ପ୍ରକାଶ ଓ୍ବାରିୟରଙ୍କୁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ କରିଥିଲା। ୨୦୧୮ ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ପ୍ରିୟାପ୍ରକାଶଙ୍କ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଖ୍ୟାତି ଲାଭ କରିଥିଲା। ଭିଡ଼ିଓରେ ଅଭିନେତା ରୋଶନଙ୍କ ସହିତ ପ୍ରିୟା ପ୍ରକାଶ ଆଖିରେ ଆଖିରେ କଥା ହେଉଥିବା ଦେଖିବାକୁ ମିଳିଥିଲା। ତେବେ ରୋଶନଙ୍କ ଅଖିର ପ୍ରଶ୍ନର ଉତ୍ତରରେ ପ୍ରିୟା ପ୍ରକାଶଙ୍କର ଶେଷ ବନ୍ଧୁକ ମାରିବା ଶୈଳୀ ସୋସିଆଲ୍‌ ମିଡ଼ିଆରେ ହଇଚଇ ସୃଷ୍ଟି କରିଥିଲା। ଗୁରୁବାର ପ୍ରିୟା ପ୍ରକାଶ ନିଜର ୨୦ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୯୯ ସେପ୍ଟେମ୍ବର ୧୨ରେ ସେ ଥିସୁରର ପୁନକୁନମ୍‌ଠାରେ ଜନ୍ମଗ୍ରହଣ କରିଥିଲେ।

Share