୨୬/୧୧ ଆକ୍ରମଣକୁ ପୂରିଲା ୧୧ ବର୍ଷ: ବାଲୁକାକଳାରେ ଶହୀଦଙ୍କୁ ମନେପକାଇଲେ ସୁଦର୍ଶନ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ୨୦୦୮ ନଭେମ୍ବର ୨୬ରେ ବମ୍ବେରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ପୂରିଛି ୧୧ବର୍ଷ। ଏହି ଅବସରରେ ହିରୋମାନଙ୍କୁ ମନେପକାଇ ବାଲୁକାଶିଳ୍ପୀ ସୁଦର୍ଶନ ପୁରୀ ବେଳାଭୂମିରେ ଏକ ବାର୍ତ୍ତା ଦେଇଛନ୍ତି। ୨୬/୧୧ ଆକ୍ରମଣ ଅଭୂଲା ବୋଲି ସେ କହିବା ସହ ଏହାକୁ ସାମ୍ନା କରିଥିବା ଶହୀଦମାନଙ୍କୁ ସାଲୁଟ୍‌ ବୋଲି ସେ କହିଛନ୍ତି।

ତେବେ ଏହି ଆକ୍ରମଣରେ ୧୬୬ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଶହରୁ ଅଧିକ ଲୋକ ଆହତ ହୋଇଥିଲେ। ଏପରିକି ଆହତମାନଙ୍କ ମଧ୍ୟରେ ୨୮ଜଣ ବିଦେଶୀ ନାଗରିକ ଥିଲା। ଘଟଣାରେ ଗିରଫ ହୋଇଥିବା ଆତଙ୍କବାଦୀ ଅଜମଲ ଆମିର୍‌ କସାବଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲା। ହେଲେ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌ ଏବେ ବି ପାକିସ୍ତାନରେ ଆଶ୍ରୟ ନେଇଛନ୍ତି।

Share