Categories: ଜାତୀୟ

୨୭ରେ ଇଡିରେ ହାଜର ହେବେ ପାଓ୍ବାର

ନୂଆଦିଲ୍ଲୀ,୨୬ା୯(ପି.ଟି.): ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ (ଏମ୍‌ଏସ୍‌ସିବି) ଦୁର୍ନୀତି ମାମଲାରେ ଫସିଥିବା ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଦିଲ୍ଲୀରେ ମୁଣ୍ଡ ନୂଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ବୁଧବାର କହିଛନ୍ତି। ଆଗାମୀ ୨୭ରେ ସେ ଇଡିରେ ହାଜର ହୋଇ ସମସ୍ତ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତିି। ଏମ୍‌ଏସ୍‌ସିବି ଦୁର୍ନୀତି ମାମଲାରେ ୨୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ଏଥିରେ ଶରଦ ପାଓ୍ବାର ଓ ତାଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ସହ ଅନେକ ବ୍ୟକ୍ତି ତଦନ୍ତ ଘେରକୁ ଚାଲିଆସିଛନ୍ତି। ତେବେ କୌଣସି ଦୁର୍ନୀତି କରି ନ ଥିବା ପାଓ୍ବାର କହିଥିବାବେଳେ ଇଡିକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି।

Share