Categories: ବାଣିଜ୍ୟ

୨୭ରେ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୬-୩: ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଦେଶର ବ୍ୟାଙ୍କ ସଂଘଗୁଡିକ ଚଳିତ ମାସ ୨୭ରେ ଧର୍ମଘଟ ଡାକରା ଦେଇଛନ୍ତି। ଏହି ସଂଘଗୁଡିକ ମଧ୍ୟରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏଶନ (ଏଆଇବିଇଏ) ଏବଂ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ (ଏଆଇବିଓଏ) ରହିଛି। ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ ବଡ ବ୍ୟାଙ୍କ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବ୍ୟାଙ୍କ ସଂଘଗୁଡିକ ୧୧ ମାର୍ଚ୍ଚରୁ ୩ ଦିନିଆ ଧର୍ମଘଟକୁ ପ୍ରତ୍ୟାହାର କରିଥିଲେ। ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ (ଆଇବିଏ) ସହ ବେତନ ସଂଶୋଧନ ଆଲୋଚନା ବିଫଳ ହେବା ଯୋଗୁ ସଂଘଗୁଡିକ ଧର୍ମଘଟକୁ ଓହ୍ଲାଇଛନ୍ତି।

Share