ପୁଣେ,୧୨।୧୦- ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୭୫ ରନ୍ରେ ସୀମିତ ରହିଛି। ଫଳରେ ପ୍ରଥମ ଇନିଂସରେ ୬୦୧ ରନ୍ କରିଥିବା ଭାରତ ୩୨୬ ରନ୍ର ଅଗ୍ରଣୀ ହାସଲ କରିଛି। ପୂର୍ବ ଦିନ ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୫/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବା ଜାରି ରଖିଥିଲା। ଏଥିଯୋଗୁ ଦଳ ୧୬୨ ରନ୍ରେ ୮ ଉଇକେଟ ହରାଇ ସାରିଥିଲା। ଏଣୁ ଦଳ ଶୀଘ୍ର ଅଲଆଉଟ୍ ହୋଇଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ଭନର୍ନ ଫିଲାଣ୍ଡର ଓ କେଶବ ମହାରାଜ ୯ମ ଉିଇକେଟ ପାଇଁ ୮୯ ରନ୍ ଯୋଡ଼ିବାରୁ ଦଳ ୨୭୫ ରନ୍ରେ ପହଞ୍ଚତ୍ ପାରିଥିଲା। ଦଳ ପାଇଁ ମହାରାଜ ୭୨, ଅଧିନାୟକ ଫାଫ ଡୁପ୍ଲେସି ୬୪ ଓ ଫିଲାଣ୍ଡର ୪୪* ରନ୍ କରିଥିଲେ। ଘରୋଇ ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୪, ଉମେଶ ଯାଦବ ୩, ମହମ୍ମଦ ସାମି ୨ ଓ ରବୀନ୍ଦ୍ର ଜାଡେଜା ୧ ଉଇକେଟ ନେଇଥିଲେ।