୨୭ ଦିନରେ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଲା ଚାଇନା

ବେଜିଂ,୨୮।୫: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପକ୍ଷରୁ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ୨୭ ଦିନରେ ମାପ କରାଯାଇଛି। ତେବେ ଏହା ନେପାଳ ଦ୍ୱାରା ହୋଇଥିବା ମାପ ଠାରୁ ୩.୭ ମିଟର କମ୍‌ ରହିଛି। ଚାଇନା ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ୮୮୪୪.୪୩ ମିଟର ମାପ କରାଯାଇଛି। ତେବେ ପୂର୍ବରୁ ନେପାଳ ପକ୍ଷରୁ ହୋଇଥିବା ମାପରେ ଏହାର ଉଚ୍ଚତା ୮୮୪୮.୧୩ ମିଟର ଦର୍ଶାଯାଇଥିଲା।  ଚାଇନାର ୮ ଜଣିଆ ସର୍ଭେ ଦଳ ତିବ୍ବତ ରାସ୍ତା ଦେଇ ଏଭେରେଷ୍ଟ ଆରୋହଣ କରିଥିଲେ। ସେମାନେ ୨୦ ବର୍ଗ ମିଟର ଚୌଡ଼ା ଏଭରେଷ୍ଟ ଶିଖରରେ ୧୫୦ ମିନିଟ୍‌ ରହିବା ସହିତ ସର୍ଭେ ମାର୍କ ଲଗାଇଥିଲେ। ସୂଚନାଯୋଗ୍ୟ, ୧୯୭୫ରେ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପ କରାଯାଇଥିଲା। ଏହା ୮୮୪୮.୧୩ ମିଟର ବୋଲି ଦର୍ଶାଯାଇଥିଲା। ତେବେ ୨୦୦୫ରେ ମଧ୍ୟ ଏହାର ମାପ ହୋଇଥିଲା। ସେତେବେଳେ ଏହାକୁ ୮୮୪୪.୪୩ ମିଟର କୁହାଯାଇଥିଲା।

Share