୨୭ ବଦଳରେ ଏବେ କାର୍ଯ୍ୟକାରୀ ହେବ ୧୨ ପିଏସ୍‌ବି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଶୁକ୍ରବାର ଖବରଦାତା ସମ୍ମିଳନୀରେ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ(ପିଏସ୍‌ବି)କୁ ନେଇ ଏକ ବଡ ଘୋଷଣା କରିଛନ୍ତି। ପୂର୍ବରୁ ୨୭ଟି ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ କାମ କରୁଥିବା ବେଳେ ଏଣିକି ୧୨ଟି ପିଏସ୍‌ବି କାମ କରିବ ବୋଲି ସେ କହିଛନ୍ତି। କାରଣ ଏବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ(ଓବିସି) ଓ ୟୁନାଇଟେଡ୍‌ ବ୍ୟାଙ୍କ ସହ ମିଶିଯିବ। ସେହିପରି କାନାରା ବ୍ୟାଙ୍କ ସିଣ୍ଡିକେଟ ବ୍ୟାଙ୍କ ସହ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆନ୍ଧ୍ର ବ୍ୟାଙ୍କ ସହ ମିଶିଯିବା ବେଳେ ଇଣ୍ଡିଆନ୍‌ ବ୍ୟାଙ୍କ ଏଥର ଆହ୍ଲାବାଦ ବ୍ୟାଙ୍କ ସହ ମିଶିଯିବ। ଏହାପରେ ପିଏନ୍‌ବି ଦେଶର ଦ୍ୱିତୀୟ ବୃହତ୍ତମ ପିଏସ୍‌ବି ତାଲିକାରେ ସ୍ଥାନ ପାଇବ। ତେବେ ମୋଦି ସରକାର ୫ ଟ୍ରିଲିୟନ୍‌ ଡଲାର ଇକୋନମି ସହ ଦେଶକୁ ଆଗକୁ ବଢିବା ଉଦ୍ଦେଶ୍ୟରେ କାମ କରୁଥିବା କହିଛନ୍ତି ସିଥାରମଣ।

Share