୨୭ ବର୍ଷରେ ଏତେ ବଦଳିଗଲେଣି ଅମିତାଭଙ୍କ ‘ଜୁମାଚୁମା’ ଗାର୍ଲ

ଅମିତାଭ ବଚ୍ଚନଙ୍କ ‘ଜୁମା ଚୁମା’ ଗାର୍ଲଙ୍କୁ କେହି ବି ଭୁଲିପାରିବେ ନାହିଁ। ୧୯୯୧ରେ ଆସିଥିବା ଫିଲ୍ମ ‘ହମ୍‌’ରେ ବୋଲ୍ଡ ସିନ୍‌ ଦେଇଥିଲେ ଏହି ଅଭିନେତ୍ରୀ। ସେ ଆଉ କେହି ନୁହନ୍ତି, କିମି କାଟ୍‌କର ହେଉଛନ୍ତି ବିଗ୍‌ ବିଙ୍କ ‘ଜୁମା ଚୁମା’ ଗାର୍ଲ।

ଆଜି ଅର୍ଥାତ ବୁଧବାର ତାଙ୍କର ୫୪ତମ ଜନ୍ମଦିବସ। କିମି କାଟ୍‌କର ୮୦-୯୦ ଦଶକରେ ବୋଲ୍ଡ ହିରୋଇନ୍‌ଙ୍କ ମଧ୍ୟରୁ ଜଣେ। ୧୯୮୫ରେ ଫିଲ୍ମ ‘ପଥର ଦିଲ୍‌’ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ତାଙ୍କୁ ‘Adventures of Tarzan’ରେ ମୁଖ୍ୟ ଭୂମିକା ମିଳିଥିଲା। ଫିଲ୍ମଟି ଫ୍ଲପ୍‌ ହୋଇଥିଲେ ମଧ୍ୟ କିମିଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଫିଲ୍ମରେ ସେ ଏତେ ବୋଲ୍ଡ ସିନ୍‌ ଦେଇଥିଲେ ଯେ, ତାଙ୍କୁ ସେକ୍ସି ହିରୋଇନ୍‌ ଭାବେ ସମସ୍ତେ ଜାଣିଗଲେ। ଏହି ଫିଲ୍ମ ପରଠାରୁ କିମିଙ୍କ ଭାଗ୍ୟ ବଦଳିଗଲା। ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ତାଙ୍କ ନିକଟକୁ ଆସିଲା। ‘ଜୈସି କର୍‌ନୀ ଉସ୍‌ସେ ଭରନୀ’, ‘ଗୈର କାନୁନି’, ‘ମେରା ଲହୁ’ ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି।

୧୯୯୧ରେ ଅମିତାଭଙ୍କ ସହ ଅଭିନୟ କରିଥିବା ‘ହମ୍‌’ ଫିଲ୍ମ ସବୁଠୁ ହିଟ୍‌ ହୋଇଥିଲା। ଏହା ପରଠାରୁ କିମି ଫିଲ୍ମ ଲାଇନ୍‌ରୁ ଦୂରେଇ ଗଲେ। କାରଣ ୧୯୯୨ରେ ସେ ଫଟୋଗ୍ରାଫର ତଥା ଆଡ୍‌ ଫିଲ୍ମ ମେକର ଶାନ୍ତନୁ ଶୌରୀଙ୍କୁ ବିବାହ କରିନେଲେ। ବିବାହ ପରେ ସେ ମେଲବର୍ଣ୍ଣ ଚାଲିଗଲେ। ତାଙ୍କର ସିଦ୍ଧାର୍ଥ ନାମକ ଜଣେ ପୁଅ ଅଛନ୍ତି। କିମି ଏବେ ସପରିବାର ପୁନେରେ ରହୁଛନ୍ତି।

Share