Categories: ଜାତୀୟ

୨୭ ବର୍ଷୀୟା କର୍ମୀଙ୍କୁ ତୃତୀୟ ପତ୍ନୀ ଭାବେ ଗ୍ରହଣ କଲେ ୪୫ ବର୍ଷୀୟ ଭାଜପା ନେତା

ଗାନ୍ଧୀନଗର,୨୩।୬: ଗୁଜୁରାଟ ଦାହୋଦ ଜିଲାର ଭାଜପା ଅଧ୍ୟକ୍ଷ ଶଙ୍କରଭାଇ ଅମଲିୟାର ୪୫ ବର୍ଷ ବୟସରେ ଜଣେ ୨୭ ବର୍ଷୀୟା ଭାଜପା କର୍ମୀଙ୍କୁ ତୃତୀୟ ପତ୍ନୀ ଭାବେ ଗ୍ରହଣ କରି ଆସିଛନ୍ତି ଚର୍ଚ୍ଚାକୁ। ମହିଳା ଜଣଙ୍କ ହେଉଛନ୍ତି ଦାହୋଦ ଜିଲା ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା। ସୂଚନାଯୋଗ୍ୟ, ଶଙ୍କରଭାଇ ପ୍ରଥମେ ଫତେପୁରାର ବିଧାୟକ ରମେଶ କଟାରାଙ୍କ ଭଉଣୀଙ୍କୁ ବିବାହ କରିଥିଲେ। ତାଙ୍କର ୪ଟି ପିଲା ଅଛନ୍ତି। ହେଲେ ୨୦୧୦ରେ ତାଙ୍କ ପ୍ରଥମ ମତ୍ନୀଙ୍କ ମୃତ୍ୟୁ ହେବାରୁ ସେ ପୁଣିଥରେ ୨୦୧୧ରେ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଦ୍ୱିତୀୟ ପତ୍ନୀଙ୍କ ସହ ଶଙ୍କରଭାଇଙ୍କର ଭଲ ସମ୍ପର୍କ ନ ଥିବାରୁ ପ୍ରାୟ ଏକ ବର୍ଷ ହେବ ଉଭୟ ଅଲଗା ରହୁଛନ୍ତି। ଏବେ ପୁଣିଥରେ ଶଙ୍କରଭାଇ ତାଙ୍କଠାରୁ ପ୍ରାୟ ୧୮ ବର୍ଷ ସାନ ଜଲପାବେନଙ୍କୁ ବିବାହ କରିଛନ୍ତି। ଉଭୟ ରାଜନୀତିରେ ସକ୍ରିୟ ଥିବାରୁ ଏମାନଙ୍କ ବିବାହ ଏବେ ଆସିଛି ଚର୍ଚ୍ଚାକୁ।

Share