Categories: ଖେଳ

୨୭ ବର୍ଷ ପରେ କୋଣ୍ଟା

ପ୍ୟାରିସ, ୩୦।୫- ବ୍ରିଟେନ ଟେନିସ ଷ୍ଟାର୍‌ ଜୋହାନ କୋଣ୍ଟା ଏଠାରେ ଚାଲିଥିବା ଚଳିତ ବର୍ଷର ୨ୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡର ଏକ ମୁକାବିଲାରେ ୨୮ ବର୍ଷୀୟା କୋଣ୍ଟା ୬-୩, ୧-୬, ୬-୩ ସେଟ୍‌ରେ ଆମେରିକାର ଲୌରେନ ଡେଭିସଙ୍କୁ ପରାସ୍ତ କରିଛନ୍ତି। ଏଥିସହ ଦୀର୍ଘ ୨୭ ବର୍ଷ ଅର୍ଥାତ୍‌ ୧୯୯୨ ପରେ ପ୍ରଥମ ବ୍ରିଟିଶ ମହିଳା ଟେନିସ ଖେଳାଳିଭାବେ ସେ ଏହି ସମ୍ମାନଜନକ ପ୍ରତିଯୋଗିତାର ୩ୟ ରାଉଣ୍ଡରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ତୃତୀୟ ରାଉଣ୍ଡରେ କୋଣ୍ଟାଙ୍କ ମୁକାବିଲା ୪୬ତମ ମାନ୍ୟତାପ୍ରାପ୍ତ ଭିକ୍ଟୋରିଆ କୁଜମୋଭାଙ୍କ ସହ ହେବ।

Share