Categories: ଜାତୀୟ

୨୭ ମେସିନ୍‌ ଜଳାଇଲେ ମାଓବାଦୀ

ମୁମ୍ବାଇ,୧।୫: ମହାରାଷ୍ଟ୍ର ଗାଡଚିରୋଲି ଜିଲାରେ ମାଓବାଦୀମାନେ ବୁଧବାର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ୨୭ଟି ମେସିନ୍‌ରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ କୁରୁଖେଦାରେ ଘଟିଛି ଏହି ଅଭାବନୀୟ ଘଟଣା। ପୂର୍ବରୁ ଏପ୍ରିଲ୍‌ ୧୧ରେ ଏଠାରେ ସିଆର୍‌ପିଏଫ୍‌ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ସେହିପରି ଜାନୁୟାରୀରେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟ ବ୍ୟବହୃତ ହେଉଥିବା କେତେକ ମେସିନ୍‌ରେ ନିଆଁ ଲଗାଇ ଦେଇଥିଲେ।

Share