Categories: ଜାତୀୟ

୨୭ ହଜାର ଯବାନ ହେବେ ଛଟେଇ

ନୂଆଦିଲ୍ଲୀ,୧୩।୮: ଭାରତୀୟ ସେନାର ୨୭ ହଜାର ଯବାନଙ୍କୁ ଛଟେଇ କରାଯିବ। ଏହାଦ୍ୱାରା ୧୬ ଶହ କୋଟି ଟଙ୍କା ସଞ୍ଚୟ ହେବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ସମ୍ପ୍ରତି ସେନାରେ ୧୨.୫ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ୪୩ ହଜାର ଅଫିସର ଅଛନ୍ତି। ସେହିପରି ସେନାରେ ଲକ୍ଷେ ୭୫ ହଜାର ଅଫିସର ଓ ଯବାନ ଅନିୟମିତ ଭାବେ କାର୍ଯ୍ୟ କରୁଛନ୍ତି। ଅନିୟମିତ କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କୁ ଛଟେଇ କରାଯିବାର ଯୋଜନା କରାଯାଇଛି। ଏନେଇ ଭାରତୀୟ ସେନା ପକ୍ଷରୁ ଏକ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପଠାଯାଇଛି।

Share