Categories: ଜାତୀୟ

୨୮ତମ ସେନା ମୁଖ୍ୟ ହେଲେ ନରାଓ୍ବଣେ: ନୂଆବର୍ଷରୁ ସିଡିଏସ୍‌ ଭାର ସମ୍ଭାଳିବେ ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ମଙ୍ଗଳବାର ୨୮ତମ ସେନା ମୁଖ୍ୟ ଭାବେ ଲ୍ୟୁଟନାଣ୍ଟ୍‌ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନରାଓ୍ବଣେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଆସନ୍ତା ୩ ବର୍ଷ ଏହି ପଦବୀରେ କାର୍ଯ୍ୟ କରିବେ। ଏହା ସହିତ ଜେନେରାଲ ବିପିନ୍‌ ରାଓ୍ବତ ସେନାମୁଖ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତିି। ରାଓ୍ବତ ନୂଆବର୍ଷ ଅର୍ଥାତ୍‌ ବୁଧବାରଠାରୁ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହି ୪ ତାରକା ବିଶିଷ୍ଟ ପଦବୀରେ ୬୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ତେବେ ସିଡିଏସ୍‌ରୁ ଅବସର ନେବା ପରେ ରାଓ୍ବତ ଅନ୍ୟ କୌଣସି ସରକାରୀ ଚାକିରି କରିପାରିବେ ନାହିଁ ଏବଂ ୫ ବର୍ଷ ପର୍ଯ୍ୟନ୍ତ ପ୍ରାଇଭେଟ୍‌ ଚାକିରି କରି ପାରିବେ ନାହିଁ।

Share