Categories: ଜାତୀୟ

୨୮ବର୍ଷ ପରେ ପ୍ରଥମ ଥର ବୁଲେଟପ୍ରୁଫ୍‌ ଟେଣ୍ଟରେ ବିରାଜମାନ ହେବେ ରାମଲଲା

ଅଯୋଧ୍ୟା,୨୫।୨: ଅଯୋଧ୍ୟାରେ ୨୮ବର୍ଷ ପରେ ପ୍ରଥମ ଥର ଏକ ଅସ୍ଥାୟୀ ଟେଣ୍ଟ ତଳେ ରହିବେ ରାମଲଲା। ରାମଲଲାଙ୍କ ମୂର୍ତ୍ତିକୁ ଏକ ବୁଲେଟପ୍ରୁଫ୍‌ର ଫାଇଭର ଷ୍ଟ୍ରକଚର୍‌ ଭିତରେ ରଖାଯିବ ବୋଲି ଜଣାପଡ଼ିଛି। ଏଥିରେ ଏକ ସ୍ବଚ୍ଛ ଗ୍ଲାସ୍‌ ଲାଗିବ ଯାହାଦ୍ୱାରା ଶ୍ରଦ୍ଧାଳୁ ବାରାକ୍‌ ନିକଟରୁ ଦର୍ଶନ କରିପାରିବେ। ଏନେଇ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୂଚନା ଦେଇଛନ୍ତି। ସୂଚନା ମୁତାବକ ରାମ ମନ୍ଦିରର ଗର୍ଭଗୃହର ନିର୍ମାଣ ପାଇଁ ରାମଲଲାଙ୍କ ମୂର୍ତ୍ତିକୁ ସ୍ଥାନାନ୍ତର କରାଯିବ। ଏହାକୁ ମନ୍ଦିର ପରିସର ଭିତରେ ବା ଗର୍ଭଗୃହରୁ ୧୫୦ ମିଟର ଦୂରରେ ମାନସ ଭବନରେ ରଖାଯିବ। ଯେତେବେଳେ ଗର୍ଭଗୃହର ନିର୍ମାଣ ହୋଇଯିବ ସେତେବେଳେ ପୁଣି ମୂର୍ତ୍ତିଙ୍କୁ ସେଠାରେ ପୁନଃସ୍ଥାପନା କରାଯିବ।

Share