୨୮ରେ ଅନୁଗୋଳ ଓକିଲ ସଂଘ ନିର୍ବାଚନ

ଅନୁଗୋଳ ଅଫିସ୍‌, ୧୭।୩- ଅନୁଗୋଳ ଓକିଲ ସଂଘର ବାର୍ଷିକ ନିର୍ବାଚନ ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବ। ଗତ ୧୩ ତାରିଖରେ ଏ ନେଇ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ସଂଘର ସଭ୍ୟ ଅଶୋକ କୁମାର ମିଶ୍ର ନିର୍ବାଚନ ଅଧିକାରୀ ଭାବେ ମନୋନୀତ ହୋଇଛନ୍ତି। ସଭ୍ୟ ଭୂପେଶ ଚନ୍ଦ୍ର ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ପ୍ରଶାନ୍ତ କୁମାର ରଥ, ସୁମନ୍ତ କୁମାର ବିଶ୍ୱାଳ, ଅଶୋକ କୁମାର ରଥ, ପବିତ୍ର କୁମାର ମୁଦୁଲି, ହୃଦୟନାଥ ସାହୁ, ପାର୍ଥସାରଥି ପ୍ରଧାନ, ସତ୍ୟଜିତ ଗଡ଼ନାୟକ, ବିରଞ୍ଚତ୍ କୁମାର ସାହୁ ଓ ଦିବ୍ୟଦର୍ଶୀ ବଳିୟାର ସିଂ ପ୍ରମୁଖ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ଅଧିକାରୀଙ୍କୁ ସହଯୋଗ କରିବେ। ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସହ ସମ୍ପାଦକ, ସାଂସ୍କୃତିକ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏଥିରେ ମୋଟ ୪୪୭ ଜଣ ସଭ୍ୟ ମତଦାନ କରିବେ। ଏ ସଂକ୍ରାନ୍ତରେ ସଂଘର ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୧୮ ଓ ୧୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ, ୨୦ ମାର୍ଚ୍ଚ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ପ୍ରାର୍ଥତ୍ପତ୍ର ଯାଞ୍ଚ, ୨୦ ତାରିଖ ଅପରାହ୍ନ ୨ଟାରେ ପ୍ରାର୍ଥୀ ତାଲିକା ପ୍ରକାଶ, ୨୧ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୨୧ ତାରିଖ ଅପରାହ୍ନ ସାଢ଼େ ତିନିଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ୨୮ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଏବଂ ଅପରାହ୍ନ ୨ଟା ୪୫ରୁ ଭୋଟ ଗଣତି ତଥା ଚୂଡ଼ାନ୍ତ ଫଳାଫଳ ଘୋଷଣା ହେବ ବୋଲି ସଂଘର ନିର୍ବାଚନ ଅଧିକାରୀ ଅଶୋକ କୁମାର ମିଶ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

Share