୨୮୨ ସ୍ବାବ୍‌ ନେଗେଟିଭ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ା ଜିଲାରେ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜିଲାରେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଏଯାବତ୍‌ ଜିଲାରୁ ୮ଟି ପର୍ଯ୍ୟାୟରେ ୫୬ ଜଣ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ସେଥିରେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି। ବର୍ତ୍ତମାନ ସୁଦ୍ଧା ରାୟଗଡ଼ା ଜିଲାରୁ ୨୮୨ ଜଣଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସମସ୍ତଙ୍କର ରିପୋର୍ଟ ନେଗେଟିଭ ରହିଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍‌ଓ ଡାକ୍ତର ଆର୍ତ୍ତବନ୍ଧୁ ନାୟକ କହିଛନ୍ତି।

Share