୨୮୫୦ ଫଟୋ ପୋଷ୍ଟ ଲାଗି ରାଜେନ୍ଦ୍ରଙ୍କୁ ମୋବାଇଲ ଉପହାର

ସିମୁଳିଆ, ୨୭।୭(ଡି.ଏନ.ଏ.)- ଓଡ଼ିଶାର ଗ୍ରାମାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ ପରି ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଯୋଗୁ ରାଜେନ୍ଦ୍ର କୁମାରଙ୍କୁ ଗୁଗଲ ପିକ୍ସସେଲ  ମୋବାଇଲ ଉପହାର ଦେଇଛି। ରାଜେନ୍ଦ୍ର ଇନ୍‌ଷ୍ଟାଗ୍ରାମରେ ୧୮ଶହ ୫୦ ଓ ଫେସ୍‌ବୁକରେ ୧ହଜାର ଫଟୋ ଫୋଷ୍ଟ କରିଛନ୍ତି।
ତାଙ୍କ ଘର ସିମୁଳିଆ  ଜିଲା ସିମୁଳିଆ ବାଲେଶ୍ୱର ବ୍ଲକ ବଣା ଅଞ୍ଚଳରେ। ତାଙ୍କ ବଡ଼ପୁଅ ମୁମ୍ବାଇରେ, ପତ୍ନୀ ଓ ସାନପୁଅ ହାଇଦ୍ରାବାଦରେ ଚାକିରି କରୁଥିବାବେଳେ ଗାଁର ଆକର୍ଷଣ ଯୋଗୁ ରାଜେନ୍ଦ୍ର ଏଠାରେ ଏକା ରହନ୍ତି। ତେବେ ସାଇକେଲ ଧରି ବିଭିନ୍ନ ଅଞ୍ଚଳରେ ବୁଲିବା ସହିତ ଲୋକ ସମ୍ପର୍କ ସୃଷ୍ଟି କରିବା, ସ୍କୁଲ କଲେଜ ବୁଲି ସଚେତନତା ସୃଷ୍ଟି କରିବା ସହିତ ବିଭିନ୍ନ ସମାଜସେବା କରନ୍ତି। ତେବେ ମୁମ୍ବାଇର ଏକ ଫଟୋ କମ୍ପାନୀର ମାଲିକ ଜୋସେଫ  ରାଜେନ୍ଦ୍ରଙ୍କ ସହିତ ଯୋଗାଯୋଗ କରି ଗୁଗଲ କମ୍ପାନୀକୁ ପଠାଇବା ପରେ ଗୁଗଲ କମ୍ପାନୀ ତାଙ୍କୁ ଅଧିକ ଫଟୋ ଉଠାଇବା ଉଦ୍ଦେଶ୍ୟରେ ମୋବାଇଲ ପ୍ରଦାନ କରିଛି। ପ୍ରତ୍ୟେକ ଦିନ ପ୍ରାୟ ରାଜେନ୍ଦ୍ର ୨ଟି ଫଟୋ ପୋଷ୍ଟ କରୁଥିବା କହିଛନ୍ତି। ସୂଚନା ଯେ, ରାଜେନ୍ଦ୍ରଙ୍କ ସମାଜସେବା ସମ୍ପର୍କରେ ‘ଧରିତ୍ରୀ’ରେ  ‘ଜୀବନଯାତ୍ରାରେ ପଥରେ ସାଲିସବିହୀନ ଯୋଦ୍ଧା’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା ା