୨୯ରେ ଓସୁର ତୃତୀୟ ସମାବର୍ତ୍ତନ ଉତ୍ସବ

ସମ୍ବଲପୁର, ୨୦।୧୧(ଡି.ଏନ୍‌.ଏ.): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୯ତାରିଖରେ ସମ୍ବଲପୁରସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଅଧ୍ୟକ୍ଷତା କରିବେ ଏବଂ ମୁଖ୍ୟ ଅତିଥି ଭାବେ ଡ.ବାବାସାହେବ ଆମ୍ବେଡକର ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ଆମିୟୁ.ଉପାଧ୍ୟାୟ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ୧ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ। ଯେଉଁ ଛାତ୍ରୀଛାତ୍ରମାନେ ତାଙ୍କ ଆକାଡେମିକ ବିଷୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବେ ସେମାନଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯିବବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share