୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ

ନୂଆଦିଲ୍ଲୀ, ୧୭।୪:୨୦୨୦-୨୧ ବର୍ଷରେ ୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୯-୨୦ ବର୍ଷରେ ୨୯୧.୧୦ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା। ଖରିଫ୍‌ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ସହ ମିଶନ୍‌ ମୋଡ୍‌ରେ କୃଷକଙ୍କ ଆୟ ଦୁଇଗୁଣା କରିବା ଲାଗି ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ କୁହାଯାଇଥିବା ଗୁରୁବାର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜାତୀୟ ଖରିଫ୍‌ ସମ୍ମିଳନୀ,୨୦୨୦କୁ ସମ୍ବୋଧିତ କରି କୃଷିମନ୍ତ୍ରୀ କହିଛନ୍ତି, ଲକ୍‌ଡାଉନକୁ ଦୃଷ୍ଟିରେ ରଖି ଖରିଫ ଚାଷ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟଗୁଡ଼ିକ ସହ ପରାମର୍ଶ କରି ବିଭିନ୍ନ ପଦକ୍ଷେପର ତାଲିକା ପ୍ରସ୍ତୁତ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ। କରୋନା ଭୂତାଣୁ ଯୋଗୁ ଦେଶରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। କୃଷି ସେକ୍ଟରରେ ଲଢ଼ୁଆ ମନୋଭାବ ନେଇ ଏଭଳି ସ୍ଥିତିର ମୁକାବିଲା କରିବାକୁ ହେବ ବୋଲି ତୋମାର କହିଛନ୍ତି।

Share