୨୯ ତାରିଖ ମଧ୍ୟରେ ବାତିଲ ହେବ ଏକାଧିକ ଟ୍ରେନ୍‌

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଲାଗି ଛଅ ପାସେଞ୍ଜର ଟ୍ରେନ ଓ ଦୁଇ ଏକ୍ସପ୍ରେସ ଟ୍ରେନ୍‌ ମାର୍ଚ୍ଚ ୨୯ ତାରିଖ ମଧ୍ୟରେ ସପ୍ତାହକୁ ଦିନେ ଲେଖା ୩ଦିନ ପାଇଁ ବାତିଲ ରହିବ। ମାର୍ଚ୍ଚ ୧୩, ୨୦ ଓ ୨୭ ତାରିଖରେ ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ଟ୍ରେନ୍‌ ବିଶାଖାପାଟଣାଠାରୁ ବାତିଲ ହେବ। ସେହିପରି ମାର୍ଚ୍ଚ ୧୪, ୨୧ ଓ ୨୮ ତାରିଖରେ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌ ଉଭୟ ପାର୍ଶ୍ୱରୁ, ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ଦୁର୍ଗଠାରୁ ଏବଂ ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ ଭୁବନେଶ୍ୱରଠାରୁ ବାତିଲ ହେବ। ମାର୍ଚ୍ଚ ୧୫, ୨୨ ଓ ୨୯ ତାରିଖରେ ବ୍ରହ୍ମପୁର-ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍‌ ଉଭୟ ପାର୍ଶ୍ୱରୁ, ପୁରୀ-ଗୁଣୁପୁର-ପୁରୀ ପାସେଞ୍ଜର ଉଭୟ ପାର୍ଶ୍ୱରୁ, ପଲାସା-ଗୁଣୁପୁର-ପଲାସା ପାସେଞ୍ଜର ଟ୍ରେନ୍‌ ଉଭୟ ପାର୍ଶ୍ୱରୁ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ, ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ଏବଂ ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ ନୟାଗଡ଼ ଟାଉନଠାରୁ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Share