ମୁମ୍ବାଇ,୧୨।୭: ମୁମ୍ବାଇର ଜେଜେ ହସ୍ପିଟାଲରେ ଜଣେ ୨୯ ବର୍ଷୀୟ ଯୁବକ ବନ୍ଧ୍ୟାତ୍ୱ ଚିକିତ୍ସା ପାଇଁ ଆସିଥିବା ସମୟରେ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଉକ୍ତ ଯୁବକଙ୍କ ଶରୀରରେ ମହିଳାଙ୍କ ଗର୍ଭାଶୟ, ଫେଲୋପିୟନ ଟ୍ୟୁବ ଓ ମହିଳାଙ୍କ ଯୌନାଙ୍ଗ ମିଳିଛି। ଏହାକୁ ଡାକ୍ତର ସର୍ଜରୀ ମାଧ୍ୟମରେ ବାହାର କରିଦେଇଥିବା ଜଣାପଡିଛି। ଡାକ୍ତରଙ୍କ କହିବା କଥା ହେଲା ସର୍ଜରୀ ସଫଳ ହୋଇଛି ସତ ହେଲେ ଏହି ଯୁବକ ଜୀବନରେ କେବେ ବି ପିତା ହୋଇ ପାରିବେ ନାହିଁ। ଗତ ଜୁନ୍ ୨୬ରେ ଏହି ସର୍ଜରୀ କରାଯାଇଥିବା ବେଳେ ଏବେ ଯୁବକ ଜଣଙ୍କ ଧୀରେ ଧୀରେ ସୁସ୍ଥ ହେଉଥିବା ଡାକ୍ତର କହିଛନ୍ତି। ଏପର୍ଯ୍ୟନ୍ତ ଏମିତି ପ୍ରାୟ ୨ଶହ ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାକୁ ‘ପରସିଷ୍ଟେଣ୍ଟ ମୁଲେରିଆନ୍ ଡକ୍ଟ ସିଣ୍ଡ୍ରୋମ’ ବୋଲି ଡାକ୍ତର କହିଛନ୍ତି।