୨୯ ମିଡିଆ କର୍ମୀ କରୋନା ପଜିଟିଭ୍‌

ନଏଡା,୨୦ା୫: କରୋନା ଭୂତାଣୁ ଆତଙ୍କ ଲାଗିରହିଥିବା ବେଳେ ନଏଡାରେ ୩୧ ନୂଆ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୨୯ ଜଣ ଏକ ଘରୋଇ ଟିଭି ନ୍ୟୁଜ୍‌ ଚାନେଲ୍‌ର କର୍ମୀ ବୋଲି ଜଣାପଡ଼ିଛି। ଏକ ଘରୋଇ ଲାବ୍‌ରେ ସାମ୍ପଲ ଟେଷ୍ଟ ପରେ ଏହି ଘଟଣା ପଦାକୁ ଆସିଛି। ପଜିଟିଭ୍‌ ବାହାରିଥିବା ବ୍ୟକ୍ତିମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏଥିସହ ଗ୍ରେଟର ନଏଡାର ଦୁଇ ବଡ଼ ମୋବାଇଲ କମ୍ପାନୀର ୧୧ କର୍ମଚାରୀ ମଧ୍ୟ କରୋନା ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗୌତମବୁଦ୍ଧ ନଗର ଜିଲା ପ୍ରଶାସନ ପକ୍ଷରୁ ଏଭଳି ତଥ୍ୟ ପ୍ରଦାନ କରାଯାଇଛି। ନ୍ୟୁଜ୍‌ ଚାନେଲ ବିଲ୍ଡିଂକୁ ସିଲ୍‌ କରାଯାଇଛି। ମିଡିଆ କର୍ମୀଙ୍କ ମଧ୍ୟରେ ଦିଲ୍ଲୀର ୧୩ ଓ ନଏଡାର ୧୬ ଜଣ ପଜିଟିଭ୍‌ ଥିବା ପ୍ରକାଶ। ଏଠାରେ ସୂଚନାଯୋଗ୍ୟ ଯେ, ଅଦ୍ୟାବଧି ନଏଡାରେ କରୋନା ରୋଗୀଙ୍କ ସଂଖ୍ୟା ୨୮୬ରେ ପହଞ୍ଚିଛି। ଜିଲାର ଏକାଧିକ ଅଞ୍ଚଳ ଏବେ ବି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହିଛି।

Share