କଟକ ଅଫିସ,୨୨ା୩ – କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଧାରାରୁ ଦୂରେଇ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ କ୍ରୀଡ଼ା ସଂଘ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ)। ଓଓଏ ପକ୍ଷରୁ ସମସ୍ତ ଜିଲା ସଂଘକୁ ଚିଠି ଲେଖା ଯାଇ ଏ ସମ୍ପର୍କରେ ଅବଗତ କରାଯାଇଥିବା ସମ୍ପାଦକ (ଇନଚାର୍ଜ) ଅଭିଜିତ ପାଲ ସୂଚନା ଦେଇଛନ୍ତି। ଓଓଏ କାର୍ଯ୍ୟାଳୟକୁ ମଧ୍ୟ ଆସନ୍ତା ୨୯ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ସେହିପରି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କାର୍ଯ୍ୟାଳୟ ମଧ୍ୟ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି ।