୨୯ ଯାଏ ଲକ୍‌ଡାଉନ୍‌: ସରକାରୀ କର୍ମଚାରୀଙ୍କ ପାଇଁ ପୁନଃ ଗାଇଡ୍‌ଲାଇନ୍‌; ଜାଣନ୍ତୁ କିଏ ଆସିବେ, କିଏ ଆସିବେନି ଅଫିସ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଦେଶରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ରବିବାରଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ ଜିଲା ଓ ୮ ସହରରେ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ଲକ୍‌ଡାଉନ୍‌ ସମୟସୀମା ମଧ୍ୟରେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ, କେଉଁମାନେ ଆସିବେନି ସେଥିପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ପୁନଃ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏଥିରେ ସମସ୍ତ ସରକାରୀ ବିଭାଗକୁ ୩ଟି ବିଭାଗରେ ବିଭକ୍ତୀକରଣ କରାଯାଇଛି।

ସବିଶେଷ ଜାଣନ୍ତୁ:
୩ ବିଭାଗ:

୧. କ୍ରିଟିକାଲ:(୬ ବିଭାଗ): ଏହି ବିଭାଗର କର୍ମଚାରୀ ଅଫିସ ଆସିବା ବାଧ୍ୟତାମୂଳକ।

ଏଫ୍‌ଏସ୍‌ ଆଣ୍ଡ ସିଡବ୍ଲୁ(FS & CW)
ଜିଏ ଆଣ୍ଡ ପିଜି( GA & PG)
ଏଚ୍‌ ଆଣ୍ଡ ୟୁଡି( H & UD)
ସ୍ବାସ୍ଥ୍ୟ, ଗୃହ, ଓଏସ୍‌ଡିଏମ୍‌ଏ(Health & family welfare)

୨.ଆଂଶିକ କ୍ରିଟିକାଲ:(୯ ବିଭାଗ)
ଏହି ବିଭାଗର କେଉଁମାନେ ଅଫିସ ଆସିବେ ସଚିବ ସ୍ଥିର କରିବେ।

ସି ଆଣ୍ଡ ଟି(C & D)
ଇ ଆଣ୍ଡ ଆଇଟି(E & IT)
ଶକ୍ତି(Energy)
ଅର୍ଥ (Finance)
ଆଇ ଆଣ୍ଡ ପିଆର୍‌(I and PR)
ପିଆର୍‌ ଆଣ୍ଡ ଇଡବ୍ଲୁ(PR & DW)
ରାଜସ୍ବ(Revenue)
ଏସ୍‌ସି/ଏସ୍‌ଟି(SC &ST Dev)
ପୂର୍ତ୍ତ(Work)

୩.ନନ୍‌-କ୍ରିଟିକାଲ:(୨୫ ବିଭାଗ)
ଏହି ବିଭାଗର କର୍ମଚାରୀ ଅଫିସ ଆସିବେ ନାହିଁ।

ଏଜି ଆଣ୍ଡ ଏଫ୍‌ଇ(Agriculture & FE)
ସମବାୟ
ଅବକାରୀ
ଏଫ୍‌ ଆଣ୍ଡ ଏଆର୍‌ଡି(F & RD)
ଜଙ୍ଗଲ ଓ ପରିବେଶ
ବୟନ ଓ ହସ୍ତତନ୍ତ
ଉଚ୍ଚଶିକ୍ଷା, ଆଇନ୍‌
ଶିଳ୍ପ
ଶ୍ରମ
ଇଏସ୍‌ଆଇ(ESI)
ଏମ୍‌ଏସ୍‌ଏମ୍‌ଇ(MSME)
ଓଏଲ୍‌ଏଲ୍‌ ଓ ସଂସ୍କୃତି(OLL & culture)
ସଂସଦୀୟ ବ୍ୟାପାର
ଯୋଜନା ଓ ରୂପାୟନ
ସାଧାରଣ ଉଦ୍ୟୋଗ
ଗ୍ରାମ୍ୟ ଉନ୍ନୟନ
ସ୍କୁଲ ଓ ଗଣଶିକ୍ଷା
ଏସ୍‌ଏସ୍‌ଇପିଡି(SSEPD)
ଡବ୍ଲୁ ଆଣ୍ଡ ସିଡି(W &CD)
ଏମ୍‌ଏସ(MS)
ବିଜ୍ଞାନ
ଏସ୍‌ଡି ଆଣ୍ଡ ଟିଇ(SD & TE)
କ୍ରୀଡ଼ା
ଖଣିଇସ୍ପାତ
ପର୍ଯ୍ୟଟନ
ଜଳ ସମ୍ପଦ ବିଭାଗ

Share