Categories: ଜାତୀୟ

୨ ଆଗ୍ନିକ ମୃତ, ବହୁ ଘର ଧ୍ୱଂସ

ଗୁଆହାଟୀ,୧୧ା୬(ଆଇଏଏନ୍‌ଏସ୍‌): ଆସାମର ତିନସୁକିଆ ଜିଲାରେ ଥିବା ଏକ ତୈଳକୂପରେ ବୁଧବାର ନିଆଁ ଲାଗିଯିବାରୁ ଅଏଲ୍‌ ଇଣ୍ଡିଆ ଲିଃ (ଓଆଇଏଲ୍‌)ର ୨ ଆଗ୍ନିକଙ୍କ ମୃତ୍ୟୁ ଘଟିଛି। ନିକଟରେ ଥିବା ବହୁ ଘର ଧ୍ୱଂସ ହୋଇଯାଇଛି। ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିବାବେଳେ ଦୁଇ ଆଗ୍ନିକ ଦୁର୍ଲଭ ଗୋଗୋଇ ଓ ତିଖେଶ୍ୱର ଗୋହେନ୍‌ ନିଖୋଜ ହୋଇଯାଇଥିଲେ। ପ୍ରବଳ ଧୂଆଁରେ ଶ୍ୱାସରୁଦ୍ଧ ହୋଇ କିମ୍ବା ପାଖ ପୁଷ୍କରିଣୀରେ ବୁଡ଼ି ଆଗ୍ନିକଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଉଛି। ଏନ୍‌ଡିଆର୍‌ଏଫ୍‌ କର୍ମଚାରୀ ଡ୍ରୋନ୍‌ ସହାୟତାରେ ମୃତଦେହ ଠାବ କରିଥିଲେ। ଅନ୍ୟଜଣେ ଆଗ୍ନିକ ଗୁରୁତର ଆହତ ହୋଇଥିବା ଜଣାପଡିଛି।

Share