୨ ଆସନରୁ ଲଢ଼ିବେ ହେମନ୍ତ ସୋରେନ୍‌

ରାଞ୍ଚତ୍,୨୫ା୧୧(ଆଇଏଏନ୍‌ଏସ୍‌) ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ଲଢ଼ିବେ। ଏହି ନିର୍ବାଚନ ଜେଏମ୍‌ଏମ୍‌, କଂଗ୍ରେସ ଏବଂ ଆରଜେଡି ମିଳିତ ଭାବେ ଲଢ଼ୁଥିବାବେଳେ ସୋରେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି। ରବିବାର ଜେଏମ୍‌ଏମ୍‌ ୧୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସୋରେନ ଦୁମ୍‌କା ଓ ବାରହେତ୍‌ ଆସନରୁ ଲଢ଼ିବାକୁ ସ୍ଥିର ହୋଇଛି। ସେ ଏବେ ବାରହେତ୍‌ରୁ ବିଧାୟକ ଅଛନ୍ତି। ୨୦୧୪ରେ ସେ ଦୁଇଟି ଆସନରୁ ଲଢ଼ି ଦୁମ୍‌କାରୁ ହାରିଯାଇଥିଲେ। ପ୍ରକାଶିତ ପ୍ରାର୍ଥୀ ତାଲିକାରେ ଜେଏମ୍‌ଏମ୍‌ ଅଧ୍ୟକ୍ଷ ଶିବୁ ସୋରେନଙ୍କ ବୋହୂ ସୀତାଙ୍କ ନାଁ ରହିଛି। ଝାଡ଼ଖଣ୍ଡ ନିର୍ବାଚନ ନଭେମ୍ବର ୩୦ରୁ ୫ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବାବେଳେ ଡିସେମ୍ବର ୨୩ରେ ଭୋଟଗଣତି ହେବ।

Share