୨ କରତକଳ ଉପରେ ଚଢ଼ାଉ୬ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ବସ୍ତା, ୧୦।୬(ସ୍ବ.ପ୍ର.)-ଭିଜିଲାନ୍ସ ଓ ବନବିଭାଗ ପକ୍ଷରୁ ସୋମବାର ମିଳିତ ଭାବେ ଚଢ଼ାଉ କରାଯାଇ ଦୁଇଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା କରତ କଳରୁ ପ୍ରାୟ ୬ ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ ହୋଇଛି।
ରୂପ୍‌ସା ଥାନା ଅନ୍ତର୍ଗତ ହବିଗଞ୍ଜଠାରେ ରବୀନ୍ଦ୍ର ଦଳାଇଙ୍କ କରତକଳ ଉପରେ ଚଢ଼ାଉ ହୋଇ ପ୍ରାୟ ୩ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଛି। ଏନେଇ ମାମଲା (ନଂ.୨୧/୨୦୧୯) ରୁଜୁ ହୋଇଛି। ସେହିପରି ହଳଦୀପଦା ଫାଣ୍ଡି ଅଧୀନ ତଳଅମରାରେ ଚଢାଉ କରାଯାଇ ଗୌରହରି ସ୍ବାଇଁଙ୍କ କରତକଳରୁ ୩ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଛି। ଏନେଇ ମାମଲା (ନଂ. ୨୨/୨୦୧୯) ରୁଜୁ ହୋଇଛି । ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତି ଓ ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ପରାମର୍ଶକ୍ରମେ ମାଜିଷ୍ଟ୍ରେଟ ଭାବେ ନୀଳଗିରିର ଅତିରିକ୍ତ ତହସିଲଦାର ରାକେଶ ପଣ୍ଡାଙ୍କ ଉପସ୍ଥିତିରେ ଭିଜିଲାନ୍ସ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ମାନସୀ ଜେନା, ବନ ବିଭାଗ ରେଞ୍ଜର ଦେବେନ୍ଦ୍ର ନାଥ ପାତ୍ର, ଭିଜିଲାନ୍ସ ରେଞ୍ଜର ଶ୍ୟାମ ସିଂ, ଫରେଷ୍ଟର ଜଗନାଥ ପରିଡା, ପ୍ରହ୍ଲାଦ ଚନ୍ଦ୍ର ନାୟକ, ବନରକ୍ଷୀ ଶଶୀଧର ମହାନ୍ତି, ରଞ୍ଜିତା ବିଶ୍ୱାଳ ପ୍ରମୁଖ ଚଢାଉ କରିଥିଲେ।