୨ କରୋନା ପଜିଟିଭ ଚିହ୍ନଟ: ୨୪ ଘଣ୍ଟା ସିରୋଲା ପଞ୍ଚାୟତ ଶଟ୍‌ଡାଉନ୍‌

କେସିଙ୍ଗା, ୧୦।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରୋଲ ଗ୍ରାମପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଉତ୍ତରପ୍ରଦେଶ ନୈଡାରୁ ଫେରିଥିବା ୨ ଓଡ଼ିଆ ଯୁବତୀ ୭ ଦିନ ରହିଥିଲେ। ପରେ ସେ ଗତ ୨ ତାରିଖରୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ବେଳେ ସେମାନଙ୍କ ରକ୍ତ ନମୁନା ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଥିଲା। ମଙ୍ଗଳବାର ଏହି ୨ ଜଣ ଯୁବତୀଙ୍କ ରିପୋର୍ଡ ପଜିଟିଭ ଆସିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ପରେ ଜିଲା ପ୍ରଶାସନ ଉକ୍ତ ୨ ଯୁବତୀଙ୍କୁ ଭବାନୀପାଟଣା କୋବିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ସରପଞ୍ଚ ହେମନ୍ତ ନାଗଙ୍କ ନିର୍ଦ୍ଦେଶ କ୍ରମେ ୨୪ ଘଣ୍ଟା ପାଇଁ ସିରୋଲ ଗ୍ରାମ ପଞ୍ଚାୟତକୁ ଶଟ୍‌ଡାଉନ ଘୋଷଣା କରାଯାଇଛି।

Share