Categories: ବାଣିଜ୍ୟ

୨ କୋଟି ଟଙ୍କାର ସାମଗ୍ରୀ ଯୋଗାଇଲା ରାମ୍‌କୋ

ଭୁବନେଶ୍ୱର,୭।୪: କରୋନା ମୁକାବିଲା ପଦକ୍ଷେପ ଅନ୍ତର୍ଗତ ରାମ୍‌କୋ ସିମେଣ୍ଟସ ଲିମିଟେଡ ପକ୍ଷରୁ ଓଡିଶା ପାଇଁ ୨ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଯୋଗାଣ ହୋଇଛି। ଏହା ମଧ୍ୟରେ ଉନ୍ନତ ମାନ ବିଶିଷ୍ଟ ଅମ୍ଳଜାନ କନସେଣ୍ଟ୍ରେଟର, ମନିଟର, ପିଇଇ କିଟ୍‌ ଏବଂ ଥ୍ରି ପ୍ଲାଏ ସର୍ଜିକାଲ ମାସ୍କ ସାମିଲ ରହିଛି। ଚେନ୍ନାଇ, କୋଏମ୍ବାଟୁର, ହାଇଦ୍ରାବାଦ ଏବଂ ପାଲକଡରୁ ସାମଗ୍ରୀ କ୍ରୟ କରାଯାଇ ଓଡିଶା ଷ୍ଟେଟ ମେଡିକାଲ କର୍ପୋରେଶନ ଲିମିଟେଡକୁ ପ୍ରଦାନ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିରେ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ କମ୍ପାନୀ ଡ୍ରାଇଭରଙ୍କୁ ପ୍ରଶଂସା କରିଛି। ଓଡିଶା ଷ୍ଟେଟ ମେଡିକାଲ କର୍ପୋରେଶନ ଲିମିଟେଡ ମୁଖପାତ୍ର ସେମାନଙ୍କ କେନ୍ଦ୍ରୀୟ ଗୋଦାମରେ ଏହି ଉପକରଣ ଗ୍ରହଣ କରିଥିବା ନିଶ୍ଚିତ କରିଛନ୍ତି। ଏହି ଉପକରଣ ଗୁଡିକ ବିଭିନ୍ନ ମେଡିକାଲ କଲେଜଗୁଡିକୁ ଯୋଗାଇ ଦିଆଯିବ। କମ୍ପାନୀ ନିକଟରେ ଓଡିଶାର ଯାଜପୁରର ହରିଦାସପୁରସ୍ଥିତ ପ୍ଲାଣ୍ଟ ନିକଟରେ ଏକ ଆଇସୋଲେଶନ ସେଣ୍ଟର ସ୍ଥାପନ କରିଥିବା ସୂଚନା ଦେଇଛି।

Share