୨ ଚନ୍ଦନ ଗଛ ଚୋରି

କେନ୍ଦୁଝର, ୨୪ା୫ (ସ୍ବ.ପ୍ର.): କେନ୍ଦୁଝର ଆକାଶବାଣୀ କେନ୍ଦ୍ର ପରିସରରୁ ୨ ଟି ଚନ୍ଦନ ଗଛ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଚନ୍ଦନ ଗଛ ଚୋରି ସମସ୍ତଙ୍କୁ ଚକିତ କରିଛି।  ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳକୁ ଯାଇ ତଦନ୍ତକରିଥିବା ଜଣାପଡିଛି । ତେବେ ଅଦ୍ୟାବଧି ଚୋର ଧରାପଡିନଥିବା ଜଣାପଡିଛି । ଦୁର୍ବୃତ୍ତ ମାନେ ଗଛର ଅଗ ଅଂଶ ଓ ଡାଳ ଛାଡି ଗଛର ଗଣ୍ଡି କାଟି ନେଇଥିବା ଜଣାପଡିଛି । ୧୫ ବର୍ଷର ପୁରୁଣା ଏହି ବଡ ଗଛକୁ ଦୁର୍ବୃତ୍ତମାନେ କେନ୍ଦ୍ର ପରିସରରୁ କାଟି ନେଇଥିଲେ ହେଁ କିପରି କେହି ଜାଣି ପାରିଲେ ନାହିଁ ତାହାକୁ ନେଇ ସନ୍ଦେହ ଉପୁଜିଛି । ଫଳରେ କେନ୍ଦ୍ରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Share