୨ ଚୋରି ମାମଲାରେ ୩ ଗିରଫ

ବାଲେଶ୍ୱର ଅଫିସ, ୯।୫-ବାଲେଶ୍ୱର ଜିିଲା ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଭୋଳାଗଡ଼ିଆ ଅଞ୍ଚଳର ଜଣେ ମହିଳା ଶୁକ୍ରବାର ପୂର୍ବାହ୍ନରେ ଡାକ୍ତରଙ୍କ ପାଖକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବା ବେଳେ ଏକୁଟିଆ ଦେଖି ଦୁଇଜଣ ଯୁବକ ତାଙ୍କଠାରୁ ୧୬ ଗ୍ରାନ୍‌ର ସୁନାଚେନ୍‌ ଲୁଟି ନେଇଥିଲେ। ଏନେଇ ସହଦେବଖୁଣ୍ଟା ଥାନାରେ ମହିଳାଜଣକ ଅଭିଯୋଗ କରିବା ପରେ ଥାନାରେ ମାମଲା (ନଂ. ୧୪୭/୨୦୨୦) ରୁଜୁ କରାଯାଇଛି। ଏହି ଘଟଣାରେ ସରସ୍ବତୀପୁର ଅଞ୍ଚଳର ପ୍ରଶାନ୍ତ କର ଓ ଅଙ୍ଗାରଗଡ଼ିଆ ଉଦୟନଗର ଅଞ୍ଚଳର ବିନୋଦ ପାତ୍ରଙ୍କୁ ପୋଲିସ ଶନିବାର ଗିରଫ କରି ଉକ୍ତ ସୁନାଚେନ୍‌କୁ ଉଦ୍ଧାର କରିଛି।
ସେହିପରି ଜଣେ ଅଧିକାରୀଙ୍କ ସରକାରୀ ବାସଭବନରୁ ରାତିରେ ଦୁର୍ବୃତ୍ତ ସାଇକେଲ ଚୋରି କରିନେଉଥିବା ବେଳେ ସହଦେବଖୁଣ୍ଟା ମଡ଼େଲ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏକ ମାମଲା (ନଂ. ୧୪୫/୨୦୨୦) ରୁଜୁ କରାଯାଇ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରାଯାଇଥିଲା। ତଦନ୍ତ ଅନୁଯାୟୀ ସୁନହଟ ଅଞ୍ଚଳର ଭାଗବତ ବାରିକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।