୨ ଝିଅଙ୍କ ପରେ ପ୍ରଯୋଜକ କରୀମ କରୋନାରେ ଆକ୍ରାନ୍ତ

ମୁମ୍ବାଇ,୮।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ଖେଳାଇଛି। କରୋନା କବଳରୁ ସାଧାରଣଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି ପର୍ଯ୍ୟନ୍ତ କେହି ଏଥିରୁ ବର୍ତ୍ତି ପାରୁନାହାନ୍ତି। ପୂର୍ବରୁ ବଲିଉଡ୍‌ ଗାୟିକା କନିକା କପୁର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ବଲିଉଡ୍‌ ପ୍ରାଯୋଜକ କରୀମ ମୋରାନିଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ବୁଧବାର କରୀମଙ୍କ ରିପୋର୍ଟ ଆସିବା ପରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ତାଙ୍କର ୨ଝିଅ ଶଜା ଓ ଜୋଆ ମୋରାନି କରୋନାରେ ସଂକ୍ରମିତ ହୋଇଥିଲେ। ସୂଚନାଯୋଗ୍ୟ, କରୀମ ନିଜ ପରିବାରଙ୍କ ସହ ଜୁହୁରେ ରୁହନ୍ତି। ଯେଉଁଠାରେ ବଲିଉଡ୍‌ର ଅଧିକାଂଶ ସେଲିବ୍ରିଟି ବସବାସ କରୁଛନ୍ତି। ଜୁହୁରେ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ମୋରାନିଙ୍କ ସଂସ୍ପର୍ଶେରେ ଆସିଥିବା ଲୋକଙ୍କ ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ କରୀମ ରହୁଥିବା ଆପାର୍ଟମେଣ୍ଟକୁ ସିଲ୍‌ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଅନ୍ୟଘରମାନଙ୍କର ଏବେ ବି ଯାଞ୍ଚ ଚାଲିଥିବା ଜଣାପଡ଼ିଛି।

Share