Categories: ଜାତୀୟ

୨ ଟଙ୍କାରେ ମିଳୁଛି ମାସ୍କ

କୋଚି,୧୫।୩: କରୋନା ଭାଇରସ ଭୟରେ ଏବେ ବଜାରରେ ମାସ୍କ ଓ ସାନିଟାଇଜର ମିଳୁ ନ ଥିବା ଖବର ଆସୁଛି। ଲୋକଙ୍କ ଆବଶ୍ୟକତା ବଢି ଯିବାରୁ ଅନେକ ସ୍ଥାନରେ ଏସବୁ ଜିନିଷ ଚଢା ଦରରେ ବିକ୍ରି ହେଉଥିବା କୁହାଯାଉଛି। ହେଲେ କେରଳ କୋଚିର ଜଣେ ବ୍ୟବସାୟୀ ଏବେ ୨ ଟଙ୍କାରେ ଲୋକଙ୍କୁ ମାସ୍କ ଯୋଗାଇ ଦେଉଥିବା ଜଣାପଡିଛି। କେରଳରେ ଥିବା କୋଚିନ ସର୍ଜିକାଲ ଷ୍ଟୋରରେ ଏହି ମାସ୍କ ମିଳୁଥିବା ଜଣାପଡିଛି। ଏହାର ମାଲିକ ନଦିମ କହିଛନ୍ତି କରୋନା ଭାଇରସ ବ୍ୟାପୁଥିବା ସମୟରେ ସେ ମାସ୍କ ଓ ସାନିଟାଇଜରକୁ ଉଚିତ ଦାମରେ ବିକ୍ରି କରିବାକୁ ସ୍ଥିର କରିଥିଲେ। ମାସ୍କ ୨ ଟଙ୍କାରେ ବିକ୍ରି କରିବା ଫଳରେ ବିଶେଷ କରି ହସ୍ପିଟାଲର କର୍ମଚାରୀ ଓ ଛାତ୍ରୀଛାତ୍ରମାନେ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଏବେ ୨ ଦିନ ମଧ୍ୟରେ ସେ ୨ଟଙ୍କାରେ ପାଖାପାଖି ୫ହଜାର ମାସ୍କ ବିକ୍ରି କରିଥିବା କୁହନ୍ତି। ଗତ ପ୍ରାୟ ୮ ବର୍ଷ ହେବ ସେ ୨ ଟଙ୍କାରେ ମାସ୍କ ବିକ୍ରି କରୁଥିବା ବେଳେ ଏବେବି ସେ ସମାନ ଦରରେ ମାସ୍କ ବିକ୍ରି କରିଥିବା କୁହନ୍ତି। ହେଲେ କରୋନା ଭାଇରସ ଭୟରେ ଲୋକେ ମାସ୍କ କିଣୁଥିବା ଦେଖି ଅନ୍ୟ ବ୍ୟବସାୟୀ ମାନେ ଏହାକୁ ପାଖାପାଖି ୨୫ ଟଙ୍କାରେ ବିକ୍ରି କରୁଥିବା ସେ କହିଛନ୍ତି।

Share