୨ ଟ୍ରକ୍‌ ମୁହାଁମୁହିଁ: ୧ ମୃତ, ୪ ଆହତ

ସମ୍ବଲପୁର, ୧୯।୮(ବ୍ୟୁରୋ): ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ସୋମବାର ସକାଳେ ୨ଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ବସନ୍ତ ଯାଦବ। ସେ ବିହାର ରାଜ୍ୟର ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଟ୍ରକ୍‌ଟି (ସିଜି ୦୪ ଯେଏ ୬୦୩୮) ସମ୍ବଲପୁରରୁ ଭୁବନେଶ୍ୱର ଅଭିମୁଖେ ଯାଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ (ଓଡି୧୯ ଏନ୍‌ ୪୭୫୭)କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବସନ୍ତଙ୍କର ମୃତ୍ୟୁ ଘଟିଛି। ଆହତ ୪ ଜଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

Share